ଗହଣା ସୋ’ ରୁମରୁ ଡକାୟତି ଘଟଣା: ୧୫ କୋଟିର ସୁନା, ହୀରା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ? ତନାଘନା କରୁଛି ପୋଲିସ

ଗ୍ରାହକ ବେଶରେ ଆସିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ କର୍ମଚାରୀ ଓ ଅନ୍ୟ ଗ୍ରାହକଙ୍କୁ ଭୟଭୀତ କରି ଗହଣା ସୋ' ରୁମରୁ ଲୁଟି ନେଲେ ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର । ଏହାକୁ ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ ? କେଉଁଠି ଲୁଚାଇ ରଖିଛନ୍ତି ଗହଣା ? ଏହାକୁ ନେଇ ଖୋଳତାଡ କରୁଛି ପୋଲିସ

ଯାଜପୁର (କେନ୍ୟୁଜ): ଯାଜପୁର ବ୍ୟାସନଗରରେ ଗହଣା ସୋ’ ରୁମରୁ ଡକାୟତି ଘଟଣାରେ ଖୋଳତାଡ । ଲୁଟେରାଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ଯାଜପୁର ରୋଡ୍‌ ଥାନା ପୋଲିସ । ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ ? କେଉଁଠି ଲୁଚାଇ ରଖିଛନ୍ତି ଗହଣା ? ଦୋକାନ ଭିତରେ ପଶି କେମିତି ଏତେବଡ଼ ସାହସ କଲେ ? ରାଜ୍ୟ ବାହାରର ଡକାୟତଙ୍କର ସଂପୃକ୍ତି ରହିଛି କି ? ଏମିକି ଅନେକ ପ୍ରଶ୍ନବାଚୀ । ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଛି ପୋଲିସ । ସେନ୍‌କୋ ଗୋଲ୍‌ଡ ସୋ ରୁମ୍‌ର କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ।

ଗତକାଲି ଦିନ ଦ୍ୱିପ୍ରହରରେ ଏହି ଡକାୟତି ହୋଇଥିଲା । ଗ୍ରାହକ ବେଶରେ ଆସିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ କର୍ମଚାରୀ ଓ ଅନ୍ୟ ଗ୍ରାହକଙ୍କୁ ଭୟଭୀତ କରିଥିଲେ । ଏହାପରେ ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର ଧରି ଚମ୍ପଟ ମାରିଲେ ଡକାୟତ । ପାଖାପାଖି ୪୦ ମିନିଟ୍‌ ଧରି ଗହଣା ସୋ ରୁମ୍‌ ଭିତରେ ଆତଙ୍କରାଜ ଚଳାଇଥିଲେ । ଡକାୟତଙ୍କ ଆକ୍ରମଣରେ ଗହଣା ଦୋକାନର ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ ।

Leave A Reply

Your email address will not be published.