ଆଗ ଚକ ଫାଟି ଗଛକୁ ପିଟିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଜଳେଶ୍ୱର: ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ । ଡ୍ରାଇଭର ସମେତ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସର ଆଗ ଚକା ଫାଟି ଯିବାରୁ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ବସଟି ଭାର ସାମ୍ୟ ହରାଇଥଲା । ଫଳରେ ରାସ୍ତା କଡରେ ଥିବା ଏକ ଗଛକୁ ଜୋରରେ ଧକ୍କା ଦେଇ ଥିଲା ବସ । ବସରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ତେବେ ବସର ଆଗ ପଟ ନଷ୍ଟ ହୋଇଥିବାରୁ ଡ୍ରାଇଭର ଦୀର୍ଘ ସମୟ ଧରି ବସ୍ ଭିତରେ ଭିତରେ ଫସି ରହିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ସିଂଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।