ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ, ସରସ୍ୱତୀ ପୂଜା ଚାଲିଥିବା ବେଳେ ଆକ୍ରମଣ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୁଆରସନୀଠାରେ ମହୁମାଛି ଆକ୍ରମଣ । ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଏକ ଘରୋଇ ସ୍କୁଲରେ ସରସ୍ୱତୀ ପୂଜା ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା । ସେଠାରେ ଥିବା ୧୫ ଜଣ ଛାତ୍ରଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଯାଇଛି ।