ରାଜ୍ୟ

INC ଚିଲିକା ବେସରେ କାର୍ଯ୍ୟକ୍ଷମ ହେଲେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର

ଟାଙ୍ଗୀ(କେନ୍ୟୁଜ୍):  କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସାରା ଦେଶ ବେହାଲ ।  ରାଜ୍ୟର ସ୍ଥିତି ମଧ୍ୟ  ଧିରେ ଧିରେ  ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟର ଖୋରଧା  ଜିଲ୍ଲାରୁ  ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଉପଖଣ୍ଡରେ ଯେତିକି କୋଭିଡ଼ କେୟାର ସେଣ୍ଟର ଅଛି   ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି  ପୂର୍ବାନୁମାନ କରିଛି ଜିଲ୍ଲା ପ୍ରଶାସନ ।  ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ  ଆଇଏନ୍‌ଏସ୍ ଚିଲିକା ବେସରେ ଯୁଦ୍ଧ କାଳୀନ ଭିତ୍ତିରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି ।ନୌସେନା ଅଧିକାରୀ ଓଡ଼ିଶା ଇନ୍‌ଚାର୍ଜଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍‌ଏସ୍ ଚିଲିକା ଏହି ସେଣ୍ଟରକୁ ପ୍ରସ୍ତୁତ କରିଛି ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ   ବଡ଼କୁଳ ନିକଟରେ ଅବସ୍ଥିତ ଆଇଏନ୍‌ଏସ୍ ଚିଲିକା ବେସ । ଏହାରି ପରିସରରେ  ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଧିଷ୍ଟ ଆବାସ ଗୃହରେ କରୋନା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ  କୋଭିଡ଼ କେୟାର ସେଣ୍ଟର କରାଯାଇଛି। ଏହା ସହ ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ବେସ ମଧ୍ୟରେ ଥିବା  ନିଭାରିଣୀ ହସ୍ପିଟାଲରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ ସହ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମେଡିକାଲ୍  ତରଫରୁ ଏକ ସ୍ବତନ୍ତ୍ର ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ମିଳିତ ଟିର ତତ୍ୱାବଧାନରେ ଏଠାରେ ଚିକିତ୍ସା ଯୋଗାଇ ଦିଆଯିବ ।

ଏହି କୋଭିଡ଼ କେୟାର ସେଣ୍ଟର ୨୪ ଘଣ୍ଟିଆ କାମ କରିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ଏହା ସହ ରୋଗୀମାନେ ସମସ୍ତ ସତର୍କତା ବୁଝିବା ପାଇଁ ଲିଫ୍‌ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି। ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଆପତ୍ତକାଳୀନ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ଆଇଏନ୍‌ଏସ୍ ଚିଲିକାର ଏଭଳି ଉଦ୍ୟମକୁ  ଦେଖି ଚିଲିକା ନିର୍ବାଚନ ମଣ୍ଡଳୀ ଓ ତାର ଆଖପାଖ ଅଞ୍ଚଳର ଜନସାଧାରଣ ସାଧୁବାଦ ଜଣାଇଛନ୍ତି । ପୁନଶ୍ଚ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ପାଇଁ ୟୁନିଟ୍ ଦ୍ୱାରା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୃଦ୍ଧି କରାଯାଇଛି। ଆଡମିସନ ଚାହୁଁଥିବା ରୋଗୀମାନଙ୍କ ପାଇଁ ଯୋଗଯୋଗର ମାଧ୍ୟମ ହେଉଛି ବାଲୁଗାଁ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago