ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତି, ୧୫୦ ଛାତ୍ରଛାତ୍ରୀ ଆକ୍ରାନ୍ତ

ନବରଙ୍ଗପୁର : ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତି । ଝାଡାବାନ୍ତିରେ ୧୫୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆକ୍ରାନ୍ତ । ନବରଙ୍ଗପୁର ଜିଲ୍ଲା ଖାତିଗୁଡାରେ ଥିବା ଏକ ବିଦ୍ୟାଳୟରେ ବ୍ୟାପିଛି ଝାଡାବାନ୍ତି । ଗତକାଲି ୯ ଜଣ ଛାତ୍ର ଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପରେ ଆଜି ପୁଣି ସମସ୍ତଙ୍କର ଝାଡା ବାନ୍ତି ହେଉଥିବା ଖବର ପାଇ ଏକ ଡାକ୍ତରୀ ଟିମ ବିଦ୍ୟାଳୟ ପହଂଚିବା ବେଳେ ୧୫୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଭଳି ଡ଼ାଇରିଆରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ଡାକ୍ତରି ଟିମ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି ।
କେଉଁ ପରିସ୍ଥିତିରେ ଏହି ଝାଡା ବାନ୍ତି ବ୍ୟାପିଛି ତାର କାରଣ ଜଣା ପଡି ନଥିବା ବେଳେ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ ପାଣି ଆଉ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ କୁ ପଠେଇଥିବା ଜଣାପଡିଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।