ବଢି ଚାଲିଛି କରୋନା ସଂକ୍ରମଣ, ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୧୫୨୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ) :  ଥମିବାର ନାଁ ଧରୁନି କରୋନା । ବଢିଚାଲିଛି ସଂକ୍ରାମିତଙ୍କ ସଂଖ୍ୟା । ବଢିଚାଲିଛି ମୃତ୍ୟୁ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା । ତେବେ ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୮୦ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୪୫୫କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏହି ସଂକ୍ରମିତଙ୍କ ମଧ୍ୟରୁ ଗଂଜାମ ଜିଲାରୁ ସର୍ବାଧିକ ୨୩୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ତଳେ ରହିଛି ଖୋର୍ଦ୍ଧା ଜିଲ୍ଲା ଯେଉଁଠୁ ଚିହ୍ନଟ ହୋଇଛନ୍ତି ୨୧୮ ଜଣ କରୋନା ରୋଗୀ ।


ସେହିପରି ସମ୍ବଲପୁରରୁ ୧୬୮, ଢେଙ୍କାନାଳରୁ ୧୦୭ ଏବଂ ସୁନ୍ଦରଗଡ଼ରୁ ୧୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହିପରି ଭାବେ ରାଜ୍ୟର ସମୁଦାୟ ୨୯ଟି ଜିଲ୍ଲାରୁ ୧୫୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭,୪୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୩୩୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୧ ହଜାର ୭୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.