ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କ ପୀଠ, ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା ବିଧି

କଟକ(କେନ୍ୟୁଜ୍): ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ଙ୍କ ପୀଠ। ଗତକାଲିଠାରୁ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା ବିଧି। ସହସ୍ର କୁମ୍ଭାଭିଷେକ ସହ ଘଟ ସ୍ଥାପନ କରାଯାଇଛି। ଆଜି ମା କଟକ ଚଣ୍ଡୀ ଙ୍କର ସୁନାବେଶ । ସୁନାବେଶ ରେ ଦର୍ଶନ ଦେବେ ମା କଟକ ଚଣ୍ଡୀ।

ସୂଚନା ଥାଉକି, ଶାରଦୀୟ ଦୁର୍ଗାପୂଜାରେ ମାତା ଦୁର୍ଗାଙ୍କର ପୂଜା କରାଯାଇଥାଏ। ଏହାସହିତ ଦେବୀ ମାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟକୁ ଆପଣାଯାଇଥାଏ। ଷୋଡ଼ଶ ଉପଚାରରେ ମାତାଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଇଥାଏ। ଅନେକ ଲୋକ ବ୍ରତ ମଧ୍ୟ ରଖିଥାନ୍ତି। ତେବେ ନବରାତ୍ରୀରେ  ଆପଣ ଦେବୀ ମାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ମାଙ୍କର ବିଶେଷ ପୂଜା ଅର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ .ହେୋଇଥାଏ ବୋଲି ବିଶ୍ବାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.