ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୮ଟି ହାତୀ ପଲ, ପାଚେରୀ ଭାଙ୍ଗିବା ସହିତ ଖେଳାଉଛନ୍ତି ଆତଙ୍କ

ଖୋର୍ଦ୍ଧା: ମେଡିକାଲ ପରିସରରେ ହାତୀ ପଲ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୧୮ଟି ହାତୀ ପଲଙ୍କ ଉପଦ୍ରବ । ଏହି ହାତୀ ପଲ ପାଚେରୀ ଭାଙ୍ଗି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଗତକାଲି ଜରିପୁଟ ନିକଟ ଚନ୍ଦକା ଜଙ୍ଗଲରୁ ଏହି ହାତୀ ପଲ ମେଡିକାଲ କ୍ୟାମ୍ପସକୁ ପଶି ଆସିଥିଲେ ।

ଘଟଣାସ୍ଥଳରେ ବନବିଭାଗ ଜଗି ରହିଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ହାତୀ ପଲଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରହିଛି। ପୂର୍ବରୁ ମଧ୍ୟ ହସ୍‌ପିଟାଲ ପରିସରକୁ ହାତୀ ପଶିଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.