ଆସନ୍ତା କାଲିଠାରୁ RMRC ପକ୍ଷରୁ ୧୬ ଜଣିଆ ଦଳ ଆରମ୍ଭ କରିବେ ସର୍ଭେ

ଗଜପତି(କେନ୍ୟୁଜ୍‌): ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲା ବାସୀଙ୍କୁ ଗତ ୬ ମାସ ଧରି କୋରନା ସହ ଜିଲ୍ଲା ପ୍ରଶାସନ କରୁଥିବା ଲଢେଇ ପାଇଁ ଜିଲ୍ଳାବାସୀଙ୍କୁ ସମର୍ଥନକୁ ଧନ୍ୟବାଦ ଦେବା ସହ ଆସନ୍ତା କାଲି ତଥା ୧୬ ତାରିଖରୁ ଭୁବନେଶ୍ବରରୁ ଆସୁଥିବା ୧୬ ଜଣିଆ RMRC ଦଳକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ତେବେ ଏହି ସର୍ଭେ ୧୮ ତାରିଖ ଯାଏଁ RMRC ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କରାଯିବ ବୋଲି ସ୍ଥିର କରାଯାଇଛି।

ପାରଳାଖେମୁଣ୍ଡି ପୌରାଞ୍ଚଳର ୧୬ ଟି ୱାର୍ଡ଼କୁ ୨୦ ଟି କ୍ଳଥ ଷ୍ଟୋରରେ ବିଭକ୍ତ କରାଯାଇ ପ୍ରତ୍ୟେକ କ୍ଳଥ ଷ୍ଟୋରରୁ ୫୦ ଜଣଙ୍କର ରକ୍ତ ନମୁନା ନିଆଯିବ ବୋଲି ଶ୍ରୀ ଶାହା ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି। ଉକ୍ତ ସର୍ଭେ ଓ ରକ୍ତ ନମୁନା ସଂଗ୍ରହରେ RMRC ର ବଛା ବଛା ବୈଜ୍ଞାନିକ, ଗବେଷକ, ଡକ୍ଟର ସହ ସ୍ବାସ୍ଥ୍ୟ ବିଭାଗର ରକ୍ତ ପରୀକ୍ଷା କର୍ମଚାରୀମାନେ ସହଯୋଗ କରିବେ ବୋଲି ନିଷ୍ପତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.