ସମୁଦ୍ରରେ ଡଙ୍ଗା ବୁଡ଼ି ନିଖୋଜ ହୋଇଯାଇଥିବା ୧୬ ମତ୍ସ୍ୟଜୀବୀ ହେଲେ ଉଦ୍ଧାର

କେନ୍ଦ୍ରାପଡ଼ା : ମାଛ ଧରିବାକୁ ଯାଇଥିବା ବେଳେ ଅଘଟଣ । ସମୁଦ୍ରରେ ଡଙ୍ଗା ବୁଡ଼ି ଯିବା ଯୋଗୁ ୧୬ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଗଭୀର ସମୁଦ୍ରରେ ୩ ଟି ମତ୍ସ୍ୟଜୀବୀ ଡଙ୍ଗା ମାଛ ମାରିବାକୁ ଯାଇ ବୁଡ଼ିଯାଇଥିବା ସୂଚନା ମିଳିଥିଲା । ବୋଟରେ ଥିବା ୧୬ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିଲେ । ନିଖୋଜ ମତ୍ସ୍ୟଜୀବୀ ମହାକାଳପଡ଼ା ସୁନିତ ଅଞ୍ଚଳର ସୂଚନା ରହିଛି । ସ୍ଥାନୀୟ ବୋଟ ଦ୍ବାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।