ଆନ୍ଧ୍ର ପ୍ରଦେଶର ପେଦାପଲ୍ଲି ଇଟା ଭାଟିରେ ଫସିଛନ୍ତି ବଲାଙ୍ଗିର ଜିଲ୍ଲାର ୧୬ ଶ୍ରମିକ

ବଲାଙ୍ଗିର : ଝିଅ ବାହାଘର ପାଇଁ ପୁଅକୁ ଦାଦନ ଖଟିବାକୁ ପଠାଇଥିଲା ମା । ହେଲେ ସେ କଣ ଜାଣିଥିଲା ପୁଅ ସେଠାରେ ନିର୍ଯାତନା ପାଇବ ବୋଲି। ପୁଅକୁ ଜ୍ବର ହୋଇଥାଏ ସେଇଥିରେ ତାକୁ କାମ କରାନ୍ତି । ଆହୁରି ଅନେକ ନିର୍ଯାତନା ଦେଉଛନ୍ତି ମୋ ପୁଅକୁ । ଏହି କଥା ଶୁଣି ମା’ ଆଖିରୁ ଶୁଖୁନି ଲୁହ । ଘରେ ଜଳୁନି ଚୁଲି ପୁଅ ଚିନ୍ତାରେ ପୂରା ପରିବାର ।

ବଲାଙ୍ଗିର ଜିଲ୍ଲା ବଡବନ୍ଦ ଗାଁ ର ହେମ ଚିନ୍ଦା । ଝିଅ କୁ ବାହା କରାଇବା ପାଇଁ ପୁଅକୁ କାମ କରିବାକୁ ଆନ୍ଧ୍ର ପଦେଶର ପେଦାପଲ୍ଲିକୁ ଦାଦନ ସର୍ଦ୍ଦାର ସହିତ ପଠାଇଲା । ହେଲେ ଏବେ ପୁଅ ଭୋଗୁଛି ଅକଥନୀୟ ନିର୍ଯତନା । ଆଉ ନ୍ୟାୟ ପାଇବା ଆଶାରେ ବିଧବା ମା । ବଡବନ୍ଧ ଗାଁ ର ୧୬ ଜଣ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶର ପେଦାପଲ୍ଲି ଇଟା ଭାଟିରେ ଅଟକ ଅଛନ୍ତି । ବିନା ମଜୁରିରେ ଅକଥନିୟ ଅତ୍ୟାଚାର ସହି କାମ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ତେବେ ବଲାଙ୍ଗିର ଜିଲ୍ଲାରେ ଏହା ନୂଆ ଘଟଣା ନୁହେଁ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟକୁ ବେଆଇନ ଭାବରେ କାମ କରିବାକୁ ଯାଇଥାନ୍ତି। ସରକାରଙ୍କ ନିୟମ କାନୁନକୁ ଫୁ କରି ଶ୍ରମିକ ଚଲାଣ କରିଥାନ୍ତି ଦାଦନ ସର୍ଦ୍ଦାର । ବଲାଙ୍ଗିର ଜିଲ୍ଲା ରେ ଚଳିତ ବର୍ଷ ୧୬୫ ଜଣ ଶ୍ରମିକ ସ୍ଥାନାନ୍ତର ପାଇଁ ୭୨୫ ଟି ଅନୁମତି ପତ୍ର ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୩୯ ହଜାର ୯୨୫ ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ କାମ କରିବାକୁ ଯାଇଛନ୍ତି । ହେଲେ ବେଆଇନ ଭାବରେ ଶ୍ରମ ବିଭାଗର ଅଜାଣତରେ ଏବେ ହଜାର ହଜାର ଶ୍ରମିକ ବାହାର ରାଜ୍ୟ ରେ କାମ କରୁଛନ୍ତି । ଶ୍ରମିକ ନିର୍ଯ୍ୟାତନା ଅଭିଯୋଗ ପାଇବା ପରେ ଘଟଣା ପଦାକୁ ଆସୁଛି । ଏନେଇ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଶ୍ରମ ବିଭାଗ ।