ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ୩ ସପ୍ତାହ ଭିତରେ ୧୬୦୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁମାନଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୩ ସପ୍ତାହ ଭିତରେ ୧୬ହଜାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମିକିବ ନିଯୁକ୍ତି । ରାଜ୍ୟରେ ଶିକ୍ଷକ ଅଭାବ ପୂରଣ ପାଇଁ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବେ ମୋହନ ସରକାର । ପ୍ରତି ପଞ୍ଚାୟତରେ ହେବ ଗୋଟିଏ ଗୋଟିଏ ମଡେଲ ସ୍କୁଲ । ତାର ନାଁ ଦିଆଯିବ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ” । ହାଇସ୍କୁଲ ଯିବା ପୂର୍ବରୁ ପ୍ରାଥମିକ ଶିକ୍ଷାରେ ନିପୁଣ ହେବା ପାଇଁ ଏଭଳି ଏକ ନୂତନ ପ୍ରୟାସ କରାଯାଇଥିବା କହିଛନ୍ତି ମୋହନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.