ମାଲକାନଗିରି : ରାଜ୍ୟରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ ପରେ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା । ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ପୂର୍ବ ସରକାର ଭଳି ଆମେ କୌଣସି ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ କରିବୁ ନାହିଁ । ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ । କୌଣସି ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ରହିବେ ନାହିଁ । ଆବଶ୍ୟକ ପଡିଲେ ଅଧିକ ଶିକ୍ଷକ ନିଯୁକ୍ତି କରାଯିବ ଯେଉଁ ବିଦ୍ୟାଳୟଗୁଡିକରେ ଆନୁସଂଘୀକ ବ୍ୟବସ୍ଥାର ଅଭାଵ ରହିଛି, ସେହି ବିଦ୍ୟାଳୟ ଗୁଡିକରେ PM SHRI ଯୋଜନା ମାଧ୍ୟମରେ ଉନ୍ନତିକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।