ପୁଣି ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ: ବ୍ୟାପକ ପୋଲିସ ମୁତୟନ, ୧୬୩ ଧାରା ଜାରି

ସମ୍ବଲପୁର: ସମ୍ବଲପୁରରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦ ସମୟରେ ଯେମିତି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ୧୬୩ ଧାରା ଜାରି କରାଯାଇଛି  ।

ସୂଚନା ଅନୁଯାୟୀ, ସମ୍ବଲପୁର ଭୂତାପଡ଼ା ଛକରୁ ଧନକଉଡା ଯାଏଁ ଚାଲିଛି ଜବରଦଖଲ ଉଚ୍ଛେଦ ।  ଏଥିପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।  ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରାଯାଇଛି ।  ଏହାସହିତ ଏହି ଉଚ୍ଛେଦ କାମରେ ୨ ଅତିରିକ୍ତ ଏସ୍‌ପି, ୨ ଏସ୍‌ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।