କଟକ(କେନ୍ୟୁଜ୍): ପୁଣି ଜବତ ହେଲା ବ୍ରାଉନ ସୁଗର। ବାରଙ୍ଗ କେନାଲ କଡ଼ ରାସ୍ତାରେ ଆଜି ବିଶେଷ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ସଜାଗ ରହିଥିଲା।
ଦୁଇ ଅଭିଯୁକ୍ତଙ୍କ ସହ ୧୬୫ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱହେବ। ଗୋଟିଏ ବାଇକ ଜବତ କରାଯାଇଛି। ବାରଙ୍ଗ ଦେଇ କଟକ ଚାଲାଣ ହେଉଥିଲା ଏହି ଧଳା ଜହର।