କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ୧୭ ଗିରଫ

ଯାଜପୁର ରୋଡ଼ : ଯାଜପୁର କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ୧୭ ଜଣ ଗିରଫ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ୧୭ ଜଣଙ୍କ ମଧ୍ୟରେ ମହିଳା ଓ ପୁରୁଷ ଅଛନ୍ତି । ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବା ବେଳେ କୋରେଇ ପୂର୍ବକୋଟ ହାଟ ନିକଟରେ ଥାନା କର୍ମଚାରୀ ଓ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଚୋରି ଗାଡି ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ । ଥାନା ଗାଡି ଭାଙ୍ଗି ଚୋରକୁ ନେଇ ଯାଇଥିଲେ । ଏହି ଘଟଣାରେ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।