ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୭ ଜଣ ଆହତ

ଯାଜପୁର ରୋଡ : ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ  l ଟଳି ଗଲା ବଡ଼ ବିପଦ  l ପାଣିକୋଇଲି ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ଏକ ଘରେଇ ବସ ଦୁର୍ଘଟଣାଗ୍ରସ୍ତ  l ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ବୋଲବମ ଭକ୍ତମାନଙ୍କୁ ନେଇ ପୁରୀ ଯାଉଥିବା ସମୟରେ ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ବସଟି ଓଲ ପଡିଥିଲା  l

ଫଳରେ ସେଥିରେ ଥିବା ୧୭ଜଣ ସାମାନ୍ୟ ଆହତ ହୋଇଛନ୍ତି  । ଆହତଙ୍କୁ ପାଟ୍ରୋଲିଂ ପୁଲିସ ସହ ‘ଆମେ ଆପଣଙ୍କ ପାଇଁ’ ହେଲ୍ପିଙ୍ଗ୍ ଗ୍ରୁପର ସଦସ୍ୟମାନେ ପହଁଚି ସମସ୍ତଙ୍କୁ ମେଡିକାଲ ପଠାଇଛନ୍ତି  ।  କାହାର ବିଶେଷ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି  l

You might also like