ବୋଟ ସହ ୧୭ ମତ୍ସ୍ୟଜୀବୀ ଗିରଫ, ୧୫ କ୍ୱିଣ୍ଟାଲ ମାଛ ଜବତ

ମହାକାଳପଡା : ବୋଟ ସହ ୧୭ ମତ୍ସ୍ୟଜୀବୀ ଗିରଫ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗଭୀର ସମୁଦ୍ରର ଏକକୂଳିଆ ନିକଟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ମା’ଲକ୍ଷ୍ମୀ-୮୮ ନାମକ ବୋଟ ସହ ୧୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶାସନିପେଟା ବନ ବିଭାଗ । ସେମାନଙ୍କ ଠାରୁ ଜାଲ, ୱାକିଟକି, ମୋବାଇଲ ସହ ୧୫ କ୍ୱିଣ୍ଟାଲ ମାଛ ଜବତ କରିଛି ବନବିଭାଗ । ଗିରଫ ହୋଇଥିବା ସମସ୍ତ ମତ୍ସଜୀବୀ ଓ ବୋଟ ବାଲେଶ୍ବର ଅଂଚଳର ବୋଲି ପ୍ରକାଶ କରିଛନ୍ତି ଶାସନିପେଟା ବନାଞ୍ଚଳ ବନଖଣ୍ଡ ଅଧିକାରୀ ।