ଧର୍ମଶାଳାରୁ ଧଳା ଜହର ଜବତ: ୪ଗିରଫ

ଯାଜପୁର (କେନ୍ୟୁଜ): ଧଳା ଜହର ଜବତ ସହ ୪ ଜଣ ଅଭିଯୁକ୍ତ ଗିରଫ। ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଉଦ୍ୟମରେ ୧୭ଗ୍ରାମରୁ ଉର୍ଦ୍ଧ୍ଵ ଧଳା ଜହର ଜବତ ହୋଇଛି। ସୂଚନା ମୁତାବକ, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ବିଶେଷ ସୁତରୁ ଖବର ପାଇ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ଅତର୍କିତ ଚଢ଼ାଉ କରିଥିଲା।

brownsugar

ସେଠାରୁ ୪ଜଣ ଯୁବକକୁ ପୋଲିସ ଉଠାଇ ଆଣିବା ସହ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା। ଏହି ସମୟରେ ସେମାନଙ୍କ ନିକଟରୁ ୧୭ଗ୍ରାମରୁ ଉର୍ଦ୍ଧ୍ଵ ବ୍ରାଉନ ସୁଗାର ଜବତ କରାଯାଇଛି। ଏଥିସହ ଗୋଟିଏ ବାଇକ, ୫ଟି ମୋବାଇଲ ସହ କିଛି ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଥାନା ବଡ଼ପୋଖରୀ ଅଞ୍ଚଳର ବାପି ମଲିକ, ଧୁଷୁରୀ ଅଂଚଳର ଫକିର ଜେନା, ବରପଦା ଅଂଚଳର ଲମ୍ବୁ ମୁଣ୍ଡା ଓ ଧର୍ମଶାଳା ଥାନା ଜାରକା ଅଂଚଳର ଅରୁପଲାଲ ଦତ୍ତ। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.