ରାଜ୍ୟ

ଚାକିରି ଦେବା ନାମରେ ୧୭ ଲକ୍ଷ ଟଙ୍କା ଠକେଇ, ଗିରଫ ହେଲେ ୩ ଠକ

କେନ୍ଦୁଝର(କେନ୍ୟୁଜ୍‌): ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଟାର୍ଗେଟ କରୁଛନ୍ତି । ଚାକିରି ଲୋଭରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଠକମାନଙ୍କ ଠକାମିର ଶିକାର ହେଉଛନ୍ତି । ଆଉ ଥରେ ଟଙ୍କା ପାଇଲା ପରେ ଛୁ ମାରୁଛନ୍ତି ଠକ । ଯେତେ କଲ୍‌ କଲେ ବି ଫୋନ ଉଠାଉ ନାହାନ୍ତି । ତେବେ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଥର ଠକମାନେ ଟିକେ ଭିନ୍ନ ଉପାୟରେ ଠକିଛନ୍ତି । ଲୋକଙ୍କୁ ନିଯୁକ୍ତ ପତ୍ର ଦେଇ ଟଙ୍କା ଲୁଟ କରି ଫେରାର ମାରିଥିଲେ । କିନ୍ତୁ ତାଙ୍କ ସବୁ ଚାଲାକି ପୋଲିସ୍‌ ଆଗରେ ଫେଲ୍‌ ମାରିଥିଲା । ଠକମାନେ ଟଙ୍କାଲୁଟି ଫେରାର ମାରିବା ବେଳେ ଫୋନକୁ ସୁଇଚ୍‌ ଅଫ କରିଥିଲେ । ହେଲେ ଗାଡ଼ି ନମ୍ବରକୁ ଟ୍ରାକ୍‌ କରି ଚୋରଙ୍କୁ ମାଡ଼ି ବସିଥିଲା ପୋଲିସ୍‌ ।

ଚାକିରି ଦେବା ନାମରେ ଯୁବକ ଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି କେନ୍ଦୁଝର ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ଟୁଲୁ ମଲ୍ଲିକ, ଜୀବନାନନ୍ଦ ସାମଲ, ଯଶୋବନ୍ତ ସିଂ ସାମଲ ବୋଲି ଜଣାପଡିଛି । ଗିରଫ ଟୁଲୁ ମଲ୍ଲିକଙ୍କ ଘର ପୁରୀ ଜିଲ୍ଲା ଗୋପ ଥାନା ମରାଳ ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆନନ୍ଦପୁର ଅଞ୍ଚଳର ବୋଲି ସୂଚନା ଦେଇଛି କେନ୍ଦୁଝର ପୋଲିସ ।

ଯୁବକ ଯୁବତୀମାନଙ୍କୁ ଚାକିରି କରାଇ ଦେବା ପାଇଁ ୧୭ ଲକ୍ଷ ଟଙ୍କା ଠକିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ପୋଲିସ ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ମିଛ ନିଯୁକ୍ତିପତ୍ର ଜବତ୍ ହେବା ସହିତ ଜାଲି ଦସ୍ତାବିଜ ଏବଂ ଲାପଟପ, ମୋବାଇଲ, ମୋଟର ସାଇକେଲ ସହିତ ନଗଦ ୨୫ ହଜାର ଟଙ୍କା ଜବତ ହୋଇଥିବା କହିଛି ପୋଲିସ । ସେମାନଙ୍କ ମୋବାଇଲ ନମ୍ବର ସୁଇଚ ଅଫ୍ ଥିବାରୁ ମୋଟର ସାଇକେଲ ନମ୍ବରକୁ ଟ୍ରାକ କରି ସେମାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ୍‌ ।

ଯଦି ଆପଣ ବି ଚାକିରି ଖୋଜୁଛନ୍ତି ତେବେ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ । କୌଣସି ଲୋକଙ୍କୁ ଚାକିରି ପାଇଁ ଟଙ୍କା ଦିଅନ୍ତୁ ନାହିଁ । ଯଦି କେହି ଆପଣଙ୍କୁ ଚାକିରିର ଲୋଭ ଦେଖାଉଛି, ତେବେ ସେ ଲୋକ ବିଷୟରେ ଭଲ ଭାବେ ଯାଞ୍ଚ କରନ୍ତୁ । ନଚେତ ଆପଣଙ୍କର ବି ଲକ୍ଷ ଲକ୍ଷ ଟଙ୍କା ପାଣିରେ ବୁଡ଼ିଯିବ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago