ରାଜ୍ୟ

ହୁ ହୁ ହୋଇ ଜଳିଗଲା ଏକାବେଳକେ ୧୭ଟି ଦୋକାନ

ଟିଟିଲାଗଡ଼(କେନ୍ୟୁଜ୍‌): ଉଠାଦୋକାନୀଙ୍କ ମୁଣ୍ଡରେ ପଡିଲା ଚଡକ । ହୁ ହୁ ହୋଇ ଜଳି ପୋଡି ଛାରଖାର ହୋଇଗଲା ସବୁ ଦୋକାନ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଗଲା ।

ଟିଟିଲାଗଡ଼ ସହର ମଧ୍ୟ ଭାଗ ତଥା ପୋଲିସ୍ ଷ୍ଟେସନ ଛକ ନିକଟରେ ଘଟିଛି ଏଭଳି ଏକ ଅଘଟଣ । ଟିଟିଲାଗଡ଼ ପୋଲିସ୍ ଷ୍ଟେସନ ଛକ ନିକଟରେ ରହିଛି ଓଭର ବ୍ରିଜ । ଆଉ ବ୍ରିଜ ତଳର ଏ ହେଉଛି ଦୃଶ୍ୟ । ଦେଖନ୍ତୁ କେମିତି ହୁତୁ ହୁତୁ ହୋଇ କେମିତି ଜଳୁଛି ନିଆଁ । ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିବା ସହ ଆଖି ପିଛୁଳାକେ ସବୁ କିଛି ଜଳି ପୋଡି ଯାଉଛି । ତେବେ ଦୋକାନୀ ମାନେ ଆସି ନିଆଁ କୁ ଲିଭାଇବାକୁ ବି ଚେଷ୍ଟା କରିଥିଲେ । ହେଲେ ନିଆଁ ଏମିତି ଭାବରେ ଲାଗିଥିଲା ଯେ କେହି କିଛି କରି ପାରୁନଥିଲେ ।

ତେବେ ଏନେଇ ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭାଗକୁ ବି ଖବର ଦିଆଯାଇଥିଲା । ହେଲେ ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ସବୁ କିଛି ଛାର ଖାର ହୋଇସାରିଥିଲା । ଗୋଟିଏ କି ଦୁଇଟି କି ପାଞ୍ଚଟି ନୁହେଁ ଏକାବେଳକେ ୧୭ ଗୋଟି ଦୋକାନ ସମ୍ପୂର୍ଣ ଭାବରେ ନିଆଁର କବଳରେ ଆସିଯାଇଥିଲା । ଆଉ ସବୁ କିଛି ଗ୍ରାସ କରିସାରିଥିଲା ଏହି ନିଆଁ । କପଡା ଦୋକାନ, ଚପଲ ଦୋକାନ, ଚଷମା, ବେଲ୍ଟ ଦୋକାନ ଗୁଡିକ ଆଦି ଲାଗି ଲାଗି ରହିଥିବାରୁ ନିଆଁ ଆହୁରି ଜୋରରେ ବ୍ୟାପିବାରେ ସହଜ ହୋଇଥିଲା ।

ଏଥିରେ ପାଖରେ ଥିବା କ୍ୟାପ୍ ଦୋକାନ, ପନିପରିବା ଦୋକାନ ବି ବାଦ ପଡିନଥିଲା । ସବୁ କିଛି ନିଆଁରେ ଜଳି ପୋଡି ଯାଇଥିବା ଦେଖିବାକୁ ମିଳିଛି । ଦୋକାନୀ ମାନଙ୍କ ଅଭିଯୋଗ ଯେ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇଦେଇଛି । ଯାହାକୁ ନେଇ କିଛି ସମୟ ଧରି ଚାପା ଉତ୍ତେଜନା ବି ଦେଖାଦେଇଥିଲା । ଆଜି ପୁଣି ଶନିବାର ରହିଥିଲା । ଶନିବାର ଟିଟିଲାଗଡ଼ ସହରରେ ସାପ୍ତାହିକ ମୁଖ୍ୟ ବଜାର ଥାନା ଛକରେ ବସିଥାଏ । ଏମିତି ସ୍ଥଳରେ ଉଠା ଦୋକାନୀ ମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରଖିଥିଲେ । ହେଲେ ସବୁ ଜଳି ପୋଡି ଯାଇଛି ।

ତେବେ ଧାର କରଜ କରି ଦୋକାନ କରିଥିଲେ ଏହି ଦୋକାନୀମାନେ । ଦୋକାନରୁ ନିଜ ତଥା ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଏବେ ନିଆଁ ସବୁ କିଛି ଛାରଖାର କରିଦେଇଛି । କେମିତି ପୁଣି ଅଣ୍ଟା ସଳଖୀ ଠିଆ ହେବେ ଉଠା ଦୋକାନୀ ? କେମିତି ସୁଝିବେ ଋଣ ?କେମିତି କରିବେ ପରିବାର ପ୍ରତିପୋଷଣ?

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

8 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

10 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

43 mins ago