ରାଜ୍ୟ

ହାତୀ ଭୟରେ ୧୭ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ସ୍କୁଲ୍ ଯିବାକୁ ହେଉନାହାନ୍ତି ରାଜି

ରେଢାଖୋଲ(କେନ୍ୟୁଜ୍): ଆପଣଙ୍କୁ ଦୟାକରି କହୁଛୁ ଆଜ୍ଞା, ଆମ ସ୍କୁଲ ଆମକୁ ଫେରାଇ ଦିଅ । ହାତୀ ଭୟରେ ସ୍କୁଲ ଖୋଲିବା ଦିନ ଠାରୁ ପଢିବାକୁ ଯାଇପାରୁନୁ।ଏମିତି କିଛି ଆକୁଳ ନିବେଦନ କରି କହୁଛନ୍ତି ରେଢାଖୋଲ ବ୍ଲକ ଖଇରଟାପଗାଁର କମୋଳମତି ଛାତ୍ରଛାତ୍ରୀମାନେ । ହାତୀ ସମସ୍ୟା ଯୋଗୁଁ ଗାଁ ପିଲାମାନେ ଚଳିତ ବର୍ଷ ସ୍କୁଲ ଖୋଲିବା ଦିନଠାରୁ ଦିନଟେ ବି ସ୍କୁଲ୍ ଯାଇନାହାନ୍ତି, ଯାହା ଫଳରେ ପାଠପଢାରେ ଡୋରୀ ବନ୍ଧା ହୋଇଛି ।

ଯାହାକୁ ନେଇ ଆମର ଗାଁ ସ୍କୁଲ ଆମର ଦାବି ଏବଂ ହାତୀ ସମସ୍ୟା ଦୂର ହେଉ ଏମିତି କିଛି ନାରାବାଜି ଦେଇ ବନ୍ଦ ପଡିଥିବା ନିଜ ଗାଁ ସ୍କୁଲ ଆଗରେ ପ୍ରତିବାଦ ଜଣାଉଛନ୍ତି ରେଢାଖୋଲ ଖଇରଟାପଗାଁର ଗ୍ରାମବାସୀ ଓ କୁନିକୁନି ପିଲାମାନେ। ଏହି ଅଂଚଳରେ ବର୍ଷତମାମ ହାତୀ ସମସ୍ୟା ଲାଗି ରହିଥିବାବେଳେ ଜୁନ ମାସ ୨୧ତାରିଖ ଦିନ ବୁଡିଖମାର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଚାଲିଯାଇଥିଲା। ସେହି ଭୟର ୩କି.ମି ଦୂରରେ ଥିବା ବୁଡିଖମାର ସ୍କୁଲକୁ ଖଇରାଟାପ ଗାଁର ୧୭ ଜଣ ପିଲାଙ୍କୁ ଘରଲୋକ ପାଠପଢା ପାଇଁ ଆଉ ଛାଡୁନାହାଁନ୍ତି। ଫଳରେ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ।

ସ୍କୁଲ ନଯିବାରୁ ଗାଁଦାଣ୍ଡରେ ଖେଳ କୁଦରେ ଯାଉଛି ଏମାନଙ୍କ ସମୟ । ସେପଟେ ବାଧ୍ୟ ହୋଇ କିଏ ଘରେ କିଛି ସମୟ ପଢୁଛି ତ କିଏ ନାହିଁ । ଏବେ ବର୍ଷା ଋତୁ ଚାଷ ସମୟ । ପରିବାର ଲୋକେ ସବୁ ଚାଷ କାମରେ ବ୍ୟସ୍ତ, ପିଲାଙ୍କ କଥା ପଚାରେ କିଏ ? ଗାଁ ଲୋକେ ଦିନବେଳେ ବି ୪/୫ଜଣ ମିଶି କାମକୁ ଯାଉଛନ୍ତି ଆଉ ସଂଧ୍ୟାରେ ଘରୁ ବାହାରୁ ନାହାଁନ୍ତି । ହାତୀଭୟ ଓ ଉପଦ୍ରବ ହେତୁ ନିଜ ଗାଁରେ ବନ୍ଦ ଥିବା ସ୍କୁଲଟି ପୁନଃ ଖୋଲିଲେ ପିଲାମାନେ ପଢିପାରିବେ ବୋଲି ନିବେଦନ କରିଛନ୍ତି ଅଭିଭାବକମାନେ।

ଖଇରଟାପ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟିର ଛାତ୍ର ସଂଖ୍ୟା କମ୍ ହେବାରୁ ୨୦୨୧ ମସିହାରେ ୩କି.ମି ଦୂରରେ ଥିବା ବୁଡିଖମାର ଗାଁରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହା ମିଶ୍ରଣ ହେଲା । ହାତୀ ଭୟ ସତ୍ୱେ ପିଲାମାନେ ସେହି ରାସ୍ତା ଦେଇ ପଢିବା ପାଇଁ ଗଲେ। ହେଲେ ଏବେ ହାତୀ ଉପଦ୍ରବ ସହ ଆକ୍ରମଣରେ ମୃତ୍ୟୁକୁ ନେଇ ଭୟ କରୁଛନ୍ତି ପିଲାମାନେ।

ସେପଟେ ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ୧୦ଟି ଶିଶୁଙ୍କ ନାଁ ୭କି.ମି ଦୂର କୁସୁର୍ତାଗାଁରେ ରହିଛି । ସେମାନେ ବି କେନ୍ଦ୍ରକୁ ପଢିବାକୁ ଯାଇପାରୁ ନାହାଁନ୍ତି । କେବଳ ଯୋଜନାରେ ସାମିଲ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହାତୀ ଆକ୍ରମଣପରେ, ଛାତ୍ରଛାତ୍ରୀ ବୁଡିଖମାର ସ୍କୁଲକୁ ଆସୁନାହାଁନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଯାହା ସୂଚନା ମିଳିଛି, ଗତ ୫ବର୍ଷ ଭିତରେ ବଡମାଲ ରେଞ୍ଜରେ ହାତୀ ଆକ୍ରମଣରେ ୩ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ, ୨ଟି ହାତୀ ମରିଛନ୍ତି। ଘର,ଫସଲ କ୍ଷୟକ୍ଷତି ବର୍ଷ ସାରା ହେଉଛି । ସରକାର ଆମ ସମସ୍ୟା ବିଚାର ନକଲେ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରୂପେ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ଏହାର ବିଚାର ଶୀଘ୍ର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ନିଜ ଗାଁ ସ୍କୁଲକୁ ପୁନଃ ଖୋଲିବା ସହ ହାତୀ ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ କରିଥିବା ଅନୁରୋଧକୁ କେବେ ଶୁଣୁଛି ପ୍ରଶାସନ ।

 

Sonalisa

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

5 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

35 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

42 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago