ବିଶାକ୍ତ ସାପ କାମୁଡ଼ାରେ ୧୭ ବର୍ଷ ବାଳକର ମୃତ୍ୟୁ
ସାପ କାମୁଡ଼ାରେ ବାଳକର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୃଷ୍ନାନନ୍ଦପୁର ଥାନା ଗୋପାଳପୁର ପଞ୍ଚାୟତ ବେହେଡପୁର ଗ୍ରାମରେ । ଏହି ଗାଁର ରମେଶ ଓଝାଙ୍କର ଏକମାତ୍ର ୧୭ ବର୍ଷର ପୁଅ ରାଜେଶ ଓଝାଙ୍କର ବିଶାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି ।
ଜଗତସିଂହପୁର(କେନ୍ୟୁଜ୍): ସାପ କାମୁଡ଼ାରେ ବାଳକର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୃଷ୍ନାନନ୍ଦପୁର ଥାନା ଗୋପାଳପୁର ପଞ୍ଚାୟତ ବେହେଡପୁର ଗ୍ରାମରେ । ଏହି ଗାଁର ରମେଶ ଓଝାଙ୍କର ଏକମାତ୍ର ୧୭ ବର୍ଷର ପୁଅ ରାଜେଶ ଓଝାଙ୍କର ବିଶାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି ।
ସୂଚନା ମୁତାବକ, ରାଜେଶ ବାବା ବାୟାଅବଧୂତ କଲେଜରେ ଯୁକ୍ତ ୩ରେ ଅଧ୍ୟୟନ କରୁଥିଲେ । ତେବେ ଗତକାଲି ରାତିରେ ଘରକୁ ଯାଉଥିବା ସମୟରେ ଘର ଆଗରେ ଏକ ବିଶାକ୍ତ ସାପ ତାଙ୍କୁ ଦର୍ଶନ କରିଥିଲା । ଯାହାଫଳରେ ତାଙ୍କୁ ପ୍ରଥମେ ସ୍ଥାନୀୟ ମଣିଜଙ୍ଗା ସ୍ୱାସ୍ଥ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜେଶଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।