ଅରଡ଼ ବଜାର ଅଞ୍ଚଳରୁ ୧୭୦ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ନୀଳଗିରି : ବାଲେଶ୍ଵର ଅରଡ଼ ବଜାର ଅଞ୍ଚଳରୁ ୧୭୦ ଗ୍ରାମ ବ୍ରାଉନସୁଗର ଜବତ। ଜଣେ ଗିରଫ। ଅରଡ଼ ଅଞ୍ଚଳରେ ବ୍ରାଉନ ସୁଗାର ବେପାର କରୁଥିବା ବେଳେ ପୋଲିସ ଶେଖ କୁର୍ବାନକୁ ଗିରଫ କରିଛି। ତା ନିକଟରୁ ୩୦ହଜାରରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନ୍ ସୁଗରର ଆନୁମାନିକ ମୂଲ୍ୟ ସତର ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ପୂର୍ବରୁ ଶେଖ କୁର୍ବାନ ନାଁରେ ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି।

ଗତକାଲି ସେହି ଅଞ୍ଚଳର ଶେଖ୍ କୁର୍ବାନ୍ ଅରଡ଼ ବଜାର ଅଞ୍ଚଳରେ ବ୍ରାଉନ ସୁଗାର ବେପାର କରୁଥିବା ସମୟରେ ବିଶେଷ ସୂତ୍ର ଖବର ପାଇ ସହେଦେବଖୁଣ୍ଟା ଥାନା ପୋଲିସ ଶେଖ୍ କୁର୍ବାନ୍ କୁ ଗିରଫ କରିବା ସହ ତାଙ୍କ ନିକଟରୁ 30600 ଟଙ୍କା ମଧ୍ୟ ଜବତ କରିଛି। ଆଗମୀ ଦିନରେ କିଭଳି ଭାବରେ ବ୍ରାଉନ ସୁଗାର ବେପାରୀଙ୍କ ଉପରେ କଡା ନଜର ରଖିବା ସହିତ ବ୍ରାଉନ ସୁଗାର ବାଲେଶ୍ଵର ରେ ମୁକ୍ତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ଵର ଏସପି ରାଜ ପ୍ରସାଦ।