ସମ୍ଭାବ୍ୟ ବାତ୍ୟା ପାଇଁ 178 ଟି ଟ୍ରେନ ବାତିଲ କଲା ରେଳ ବିଭାଗ, ଜାଣନ୍ତୁ କେଉଁ ଟ୍ରେନ

ଭୁବନେଶ୍ବର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ପାଇଁ 178 ଟି ଟ୍ରେନ ବାତିଲ କଲା ରେଳ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ରେଳବାଇ ଉପକୂଳ ଓଡ଼ିଶା ଦେଇ ଚଳାଚଳ କରିବାକୁ ଥିବା ଏ ପର୍ଯ୍ୟନ୍ତ 178 ଟି ଟ୍ରେନ୍‌ ବାତିଲ କରିଦେଇଛନ୍ତି । ଏଥିରେ ୮୫ଟି ଅପ୍‌ ଟ୍ରେନ୍‌ ଓ ୯୩ଟି ଡାଉନ୍‌ ଟ୍ରେନ୍‌ ସାମିଲ ରହିଛି ।

ବାତିଲ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ ମଧ୍ୟରେ ହାଓଡା-ସିକନ୍ଦରାବାଦ୍‌, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡା-ଭୁବନେଶ୍ବର, ହାୱଡା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ଟ୍ରେନ୍‌ ବାତିଲ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ରେଳବାଇର ବୃହତ୍‌ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ ସବୁ ବାତିଲ ହୋଇଛି । ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ପୁରୀରୁ ହାଓଡା ରୁଟ୍‌ରେ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌ ଗୁଡ଼ିକ ବନ୍ଦ ରହିବ । ଏତଦ୍‌ ବ୍ୟତୀତ ପୂର୍ବତଟ ରେଳପଥର ଅନ୍ୟ ରୁଟ୍‌ରେ ମଧ୍ୟ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହେବ। ଆପଣ ଚେକ କରି ଦିଅନ୍ତୁ ଯଦି କୁଆଡେ ଯିବାର ଅଛି ।

You might also like