ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ : ୧୮ ଗିରଫ, ୧୭ ବନ୍ଧୁକ ଜବତ

ଛତ୍ରପୁର : ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା  l ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ଠାରୁ ବିଭିନ୍ନ ମରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି  l

ଗଞ୍ଜାମ ପୋଲିସ ଜିଲ୍ଲାର ଶେରଗଡ, ଚମାଖଣ୍ଡି, ପୋଲସରା, କୋଟିନାଡ଼ା, ଆସ୍କା ଓ ଭଞ୍ଜନଗର ଥାନା ଅଞ୍ଚଳରୁ ବିଭିନ୍ନ ଅପରାଧିକ ମାମଲାରେ ଲିପ୍ତ ଥିବା ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ୧୭ ଟି ବନ୍ଧୁକ, ୧୬ ଟି ମୋବାଇଲ ଫୋନ, ୬୬ ଟି ଗୁଳି ଏବଂ ୪ ଟି ଖୋକାକୁ ମଧ୍ୟ ପୋଲିସ ଜବତ କରିଛି l ଏନେଇ ଆଜି ଗଞ୍ଜାମ ଏସପି ଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  l ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ରଙ୍କ ସମେତ ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ l