ପୁରୀ : ସାମାଜିକ ବାସନ୍ଦ ଅଭିଯୋଗରେ ଭୋଟ୍‌ ବର୍ଜନ ନିଷ୍ପତ୍ତି ନେଲେ ପରହାଟ ଗାଁର ୧୮ଟି ପରିବାର

ପୁରୀ : ସାମାଜିକ ବାସନ୍ଦ ଅଭିଯୋଗରେ ଭୋଟ୍‌ ବର୍ଜନ ନିଷ୍ପତ୍ତି। ପୁରୀ ଜିଲ୍ଲା ସତ୍ୟବାଦୀ ଥାନାର ପରହାଟ ଗାଁର ୧୮ଟି ପରିବାର ଭୋଟ୍‌ ବର୍ଜନ କରିବାକୁ ନେଇଛନ୍ତି ନିଷ୍ପତ୍ତି। ଏହି ୧୮ଟି ପରିବାର ଦୀର୍ଘ ୩ବର୍ଷ ହେବ ଗାଁରୁ ସାମାଜିକ ବାସନ୍ଦ ହୋଇଛନ୍ତି। ସାମାଜିକ ବାସନ୍ଦ ବିରୋଧରେ ସେମାନେ ହାଇକୋର୍ଟ ଯାଇଥିଲେ । କୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ୧୮ଟି ପରିବାରକୁ ଗାଁର ବିଭିନ୍ନ କାର‌୍ୟ୍ୟରେ ସାମିଲ କରାଯିବା ସହ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ।ପଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ଆଦେଶକୁ ପାଳନ କରାଯାଉନଥିବା ବେଳେ ଏହା ବିରୋଧରେ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଲାଭ କିଛି ହୋଇନାହିଁ । ଏହାର ପ୍ରତିବାଦରେ ସେମାନେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.