ଝାରସୁଗୁଡ଼ା ବଡ଼ଜୋବ ନିକଟ ମଧୁପୁର ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ, ୧୮ ଗିରଫ

ଝାରସୁଗୁଡ଼ା(କେନ୍ଯୁଜ୍): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ବଡ଼ଜୋବ ନିକଟ ମଧୁପୁର ଜଙ୍ଗଲରେ ଜୁଆ ଖେଳୁଥିବା ବେଳେ ବ୍ରଜରାଜନଗର ପୋଲିସ ଚଢ଼ାଉ କରି ୧୮ ଜଣକୁ ଗିରଫ କରିଛି । ଏହାସହିତ ନଗଦ ୧ ଲକ୍ଷ ୧୪ ହଜାର ୩୨୦ ଟଙ୍କା , ଗୋଟିଏ ବୋଲେରୋ ,୮ ଟି ମୋଟର ସାଇକେଲ, ଏବଂ ଜୁଆ ପଟି ଜବତ କରିଛି ପୋଲିସ।

ଏମାନେ ବୋଲେରୋ ଏବଂ ମୋଟର ସାଇକେଲରେ ଆସି ମଧୁପୁର ଜଙ୍ଗଲରେ ଜୁଆ ଖେଳୁଥିଲେ। ତେବେ କୌଣସି ସୂତ୍ରରୁ ଜାଣି ପାରି SDPOଙ୍କର ନିର୍ଦେଶରେ ବ୍ରଜରାଜନଗର IIC, ଗାନ୍ଧିଛକ ଫାଣ୍ଡି ଅଧିକାରୀ, ରାମପୁର ଫାଣ୍ଡି ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରି ଚଢ଼ାଉ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.