କୂର୍ମୀଙ୍ଗିଆ ଓ ରାଇପଦା ଅଞ୍ଚଳରେ ୧୮ଟି କିଆ ହାତୀ ପଲ, ଫସଲ ନଷ୍ଟ କରୁଥିବା ଅଭିଯୋଗ

ଉତ୍ତର ଘୁମୁସର ବନଖଣ୍ଡରୁ ବିଳମ୍ବିତ ରାତ୍ରୀରେ ୧୮ ଟିକିଆ ହାତୀପଲ ଆସି ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କୁର୍ମିଙ୍ଗିଆ ଓ ରାଇପଦା ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ଜି.ଉଦୟଗିରି : ଉତ୍ତର ଘୁମୁସର ବନଖଣ୍ଡରୁ ବିଳମ୍ବିତ ରାତ୍ରୀରେ ୧୮ ଟିକିଆ ହାତୀପଲ ଆସି ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କୁର୍ମିଙ୍ଗିଆ ଓ ରାଇପଦା ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଅଞ୍ଚଳବାସୀ ବନବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ବନପାଳ ରଶ୍ମିତା ବକ୍ସି, ବନରକ୍ଷୀ ବିଭୁ ରଞ୍ଜନ ସାମନ୍ତରାୟ ଓ ପାରା ଗାର୍ଡ ଘଟଣାସ୍ଥଳରେ ପହଞ୍ଚି  ହାତୀର ଗତିବିଧି ଅନୁଧ୍ୟାନ କରିଥିବା ବିଭାଗ ତତଫରୁ ସୂଚନା ମିଳିଛି । ୧୮ଟି କିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଇ ହାତୀ, ୫ଟି ଛୁଆ ହାତୀ ଥିବା ଜଣାପଡିଛି।

ଅଞ୍ଚଳବାସୀଙ୍କୁ ଜଙ୍ଗଲାଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଜଙ୍ଗଲ ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଇପଦା ସ୍ଥିତ ରାଧାମୋହନ ସାହୁଙ୍କ ବଗିଚାରେ ପଶି କଦଳୀ, ବାଉଁଶ ,ଆମ୍ବ, ଆମ୍ବୃତଭଣ୍ଡା ଆଦି ନଷ୍ଟ କରିଥିବା ଜଣାପଡିଛି । ସେହିପରି ବିକ୍ରମ ପ୍ରଧାନ, ହିରବତୀ ପ୍ରଧାନ, ଅମିୟ କୁମାର ପ୍ରଧାନ ଓ ଜଗୁ ସାହୁ ପ୍ରମୁଖଙ୍କ ଫସଲ ନଷ୍ଟ କରିଥିବା ଜଣାପଡିଛି । ଉତ୍ତର ଘୁମୁସର ବନଖଣ୍ଡରେ ମାତ୍ରାଧିକ ଗରମ ଅନୁଭୁତ ହେଉଥିବାରୁ ଏବଂ ଖାଦ୍ୟ ସନ୍ଧାନ କରିବା ପାଇଁ ହାତୀପଲ କନ୍ଧମାଳ ମୁହାଁ ହୋଇଥିବା ଶୁଣିବାକୁ ମିଳୁଛି।

Leave A Reply

Your email address will not be published.