ବଲାଙ୍ଗିର ଜିଲ୍ଲାର ୧୮ଟି ଗାଁ ସଟ୍‌ଡାଉନ୍‌, ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୧୮ ଗାଁ ସଟ୍‌ଡାଉନ୍‌। ଲିଖିରିଆ ଗାଁରେ ଗତ ୧ ତାରିଖରେ ୨ଜଣ କରୋନା ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏହି ଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ ୪ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଏବେ ପୁଣି ୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଘୋଷଣା ହୋଇଛି।

shut downକରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରୟ ୨ଶହ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି। ଲିଖିରିଆ ଗାଁର ୫ କିଲୋମିଟର ପରିଦି ଭିତରେ ଥିବା ଦେଓଗାଁ ବ୍ଲକର ୧୧ଟି ଗାଁ, ଗୁଡଭେଲା ବ୍ଲକର ୪ଟି ଗାଁ ଓ ତୁଷରା NACରେ ତିବା ୩ଟି ଗାଁକୁ ସଟ୍‌ଡାଉନ୍‌ କରାଯାଇଛି। ଆଶା କର୍ମୀ, ଅଙ୍ଗନବାଡି ଦିଦି ଓ ସ୍ୱାସ୍ଥ୍ୟକର୍ମୀ ଘରକର ଘର ବୁଲି ସର୍ଭେ କରୁଛନ୍ତି। ଦୁଇ ଜଣ ରୋଗୀ ଚିହ୍ନଟ ପରେ ଅରେଞ୍ଜ ଜୋନ୍‌ରେ ରହିଛି ବଲାଙ୍ଗିର ଜିଲ୍ଲା।

Leave A Reply

Your email address will not be published.