ଭାରତର ନୂଆ ଉଡ଼ନ୍ତା ପରୀ : ୧୮ ବର୍ଷୀୟ ଦୌଡ଼ରାଣୀ ହିମା ଦାସ

ଭୁବନେଶ୍ବର : ଭାରତରେ ପିଟି ଉଷା ଓ ମିଲ୍ଖା ସିଂହଙ୍କ ରେକର୍ଡ ଭାଙ୍ଗିଲେ ୧୮ ବର୍ଷୀୟ ଦୌଡ଼ରାଣୀ ହିମା ଦାସ। ଫିନଲାଣ୍ଡର ଟେମ୍ପରେଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଅନ୍ତର୍ଜାଚୀୟ ଆଥଲେଟିକ୍ ଚାମ୍ପିଅନସିପର ଦୌଡକୁଦ ପ୍ରତିଯୋଗିତାର ୪ ଶହ ମିଟର ସ୍ୱର୍ଣ୍ଣ ହିମା ଦାସ ଜିତି ଇତିହାସ ରଚିଛନ୍ତି।

ଏହି ସଫଳତା ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ୫୧ ଦଶମିକ ୪୬ ସେକେଣ୍ଡରେ ୪ ଶହ ମିଟର ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ହିମାଙ୍କ ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍ କରି ଲେଖିଛନ୍ତି, ସଫଳତା ଭାରତୀୟ କ୍ରୀଡ଼ା ପାଇଁ ସ୍ମରଣୀୟ ମୁହୂର୍ତ୍ତ । ଦେଶ ତାଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.