ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌

car festivalପୁରୀ : ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌ । ଆଜି ହୋଇଥିବା ତୃତ୍ୱୀୟ ସମନ୍ଵୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ ରଥଯାତ୍ରା ପୂର୍ବରୁ ବସ୍‌ଷ୍ଟାଣ୍ଡର ମରାମତି କାମ କରାଯିବ । ୩୦ ତାରିଖ ସୁଦ୍ଧା ସହରର ସମସ୍ତ ନାଳ ସଫା ହେବ । ପରିମଳ ବ୍ୟବସ୍ଥାର ତଦାରଖ କରିବେ ଅନୁଶାସନ ସଚିବ । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରେ ଯୋଗ ଦେଇଥିଲେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାଞ୍ଚଳ ଆରଡିସି, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ, ସେବାୟତ ପ୍ରତିନିଧି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.