ଚାଷ ଜମିରୁ ଉଦ୍ଧାର ହେଲା ୧୯ ଫୁଟ ଲମ୍ବର ଅଜଗର ସାପ

ରାଜନଗର : ୧୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଚାଷ ଜମିରୁ ଉଦ୍ଧାର ହେଲା ବିରାଟକାୟ ଅଜଗର । ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ରାଜେନ୍ଦ୍ରନାରାୟଣପୁର ଗାଁ ନିକଟସ୍ଥ ଚାଷ ଜମିରୁ ଅଜଗରକୁ ଉଦ୍ଧାର କରାଯାଇଛି । ତା ମୁଣ୍ଡରେ ସାମାନ୍ୟ କ୍ଷତ ଥିବାରୁ ଭିତରକନିକା ମଧ୍ୟରେ ଥିବା ଏନ୍ କ୍ଲୋଜରରେ ଅଜଗରକୁ ରଖାଯାଇ ଚିକିତ୍ସା ଜାରି ରହିଛି । ସୁସ୍ଥ ହେବାପରେ ଭିତରକନିକା ଜଙ୍ଗଲରେ ଅଜଗରଟିକୁ ଛଡାଯିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ଅଜଗରଙ୍କ ମଧ୍ୟରୁ ଏହା ସର୍ବାଧିକ ବଡ଼ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।