ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ୧୯ ବୃହତ ପ୍ରକଳ୍ପକୁ ମଞ୍ଜୁରୀ, ୬ ହଜାର ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ୧୯ ବୃହତ ପ୍ରକଳ୍ପକୁ ମଞ୍ଜୁରୀ । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସରେ ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ଅନୁମୋଦନ ମିଳିଛି । ୧୯ଟି ବୃହତ ପ୍ରକଳ୍ପ ପାଇଁ ୬ହଜାର ୧୧୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଜରିଆରେ ରାଜ୍ଯରେ୧୭ହଜାର ୨୮୬ ନିଯୁକ୍ତି ସୃଷ୍ଟି ହେବା ଆଶା ରହିଛି । ୧୦ଟି ପ୍ରମୁଖ ସେକ୍ଟରରେ ପୁଞ୍ଜିନିବେଶ ନେଇ୧୩୫ ତମ SLSWCA ମଞ୍ଜୁରୀ ପ୍ରଦାନ କରିଛି । ବିଶେଷ କରି ବାୟୋ ଫୁଏଲ, ବାୟୋ ଟେକନୋଲୋଜି, ଷ୍ଟିଲ, ଫୁଡ ପ୍ରୋସେସିଂ, ଆପାରେଲ, କେମିକାଲ ଏବଂ ସବୁଜ ଶକ୍ତି ଉପକରଣ ଆଦି ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ୧୧ଟି ଜିଲ୍ଲାରେ ଏହି ପ୍ରକଳ୍ପ କରି ପୁଞ୍ଜିନିବେଶ ବଢ଼ାଇବାକୁ ଲକ୍ଷ୍ଯ ରଖାଯାଇଛି।