ଓଡ଼ିଶାର ୧୯ ଜଣ ପୋଲିସ୍ ପାଇବେ ପଦକ, ୬ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର

ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୬ ତମ ସାଧାରଣତନ୍ତ୍ର ଦିବସ । ଏହାପୂର୍ବରୁ ପୋଲିସ୍ ମେଡାଲ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ୧୯ ଜଣ ପୋଲିସ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ସାମଲ ଏବଂ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପଦକ ମିଳିବା ନେଇ ସୂଚନା ମିଳିଛି । ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ।
ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୧୧ ପୁଲିସଙ୍କୁ ପୁରସ୍କାର ମିଳିବ। ଅଗ୍ନିଶମ ସେବାରେ ଭମରବର ସେଠ୍ ଙ୍କୁ ରାଷ୍ଟ୍ରପତି ପୁରସ୍କାର ଦିଆଯିବ। ଅଗ୍ନିଶମ ବାହିନୀର ୪ ଜଣ ପ୍ରଶଂସନୀୟ ପଦକ ପାଇବେ । ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ପଦକ ମିଳିବ। ପ୍ରମୋଦ କୁମାର ରାଉତ ଏବଂ ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ମିଳିବା ନେଇ ସୂଚନା ମିଳିଛି ।
ଆହୁରି ପଢନ୍ତୁ : DRG ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ସଫଳତା, ୧୪ ହାର୍ଡକୋର ମାଓବାଦୀ ଗିରଫ