କଟକରେ ଖୋଲିଲା ରାଜ୍ୟର ପ୍ରଥମ ସ୍ବଂୟଚାଳିତ ଟେଷ୍ଟିଙ୍ଗ କେନ୍ଦ୍ର, ଖୁବ ଶୀଘ୍ର ୨୧ଟି ସ୍ଥାନରେ ଯୋଗାଇ ଦିଆଯିବ ଏଟିଏସ ସୁବିଧା

କଟକ: ଗତକାଲି ପ୍ରଥମ ଥର ପାଇଁ ରାଜ୍ୟ ସରକାର କଟକରେ ସ୍ବଂୟ ଚାଳିତ ପରୀକ୍ଷଣ ଷ୍ଟେସନ (ଏଟିଏସ) ଆରମ୍ଭ କରିଛନ୍ତି । ଏଠାରେ ବିନା କାହା ସାହାଯ୍ୟରେ ଗାଡିର ଫିଟନେସକୁ ଯାଞ୍ଚ କରାଯିବା ପାଇଁ ଉନ୍ନତ ଯନ୍ତ୍ରପାତି ବ୍ୟବହାର କରାଯାଇଛି । ଏହି ନୂତନ କୌଶଳରେ କେନ୍ଦ୍ରୀୟ ମୋଟର ଯାନ ନିୟମ ଲାଗୁ କରାଯାଇଛି । ଯାହା ଫଳରେ ଦୁଇ ଚକିଆ ଯାନ ଓ ତିନି ଚକିଆ ଯାନ ହାଲୁକା, ମଧ୍ୟମ ଓ ଭାରି ଯାନ ଊଭୟ ଵାଣିଜ୍ୟକ ଏବଂ ବେସରକାରୀ ମାଲିକାନା ସହିତ ସଠିକ ମୂଲ୍ୟ ନିଶ୍ଚିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ଅତି ଶୀଘ୍ର ୨୧ ଟି ଜିଲ୍ଲାରେ ଏଟିଏସ ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର । ସଡକ ସୁରକ୍ଷା କ୍ଷେତ୍ରରେ ଯାନ ବାହନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ରାସ୍ତାରେ ଯାନ ବାହାନ ଯିବା ଆସିବା ପାଇଁ କେଉଁ ଯାନ ଫିଟ ଅଛି କି ନାହି ତାହା ଯାଞ୍ଚ କରାଯାଇଥାଏ । ଉଷା ପାଢୀ କହିଛନ୍ତି ଏଟିଏସ ସୁନିଶ୍ଚିତ କରିଥାଏ ଫିଟନେସ ଅନୁସାରେ ଯାନ ଗୁଡିକର ତଥ୍ୟ ସଠିକ ଅଛି ନା ନାହିଁ । ନୂତନ ହୋଇଥିବା ବ୍ୟବସ୍ଥାରେ ଯାନ ଗୁଡିକରେ ୧୨ ମିନିଟ୍ ର ଯାଞ୍ଚ ପ୍ରକିୟା ହୋଇଥାଏ । ଉନ୍ନତ କ୍ୟାମେରା ଏବଂ ସେନ୍ସର ଗୁଡିକରେ ଖୁବଶୀଘ୍ର ଗାଡିର ଭୂଲ ଗୁଡିକ ଚିହ୍ନଟ ହୋଇଥାଏ ।

ଯାନ ପଞ୍ଜିକରଣ  ଏବଂ ଫିଟନେସ ସାର୍ଟିଫିକେଟ ଗୁଡିକ ପୁର୍ବରୁ ମାନୁଆଲ ମୂଲ୍ୟ ଉପରେ ନିର୍ଭର କରୁଥିଲା । ଯାହାକି ମାନିପୁଲେସନ ଉପରେ ନିର୍ଭର କରୁଥିଲା । ରାସ୍ତାରେ ଖରାପ ଅବସ୍ଥାରେ ଯାନବାହାନ ଚଳାଚଳକୁ ଅନୁମତି ଦେବା ଫଳରେ ଗାଡି ଦୁର୍ଘଟଣା ଗସ୍ତ ହୋଇପାରେ । ଏଭଳି ଯାନଗୁଡିକୁ ଦୁର୍ଘଟଣାରୁ ରୋକିବାରେ ସାହାଯ୍ୟ କରିବ ଏଟିଏସ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ବର୍ତମାନର ନିୟମ ଅନୁସାରେ ବ୍ୟବସାୟିକ ଯାନଗୁଡିକ ପ୍ରଥମେ ଆଠ ବର୍ଷ ପାଇଁ ପ୍ରତି ଦୁଇ ବର୍ଷରେ ଫିଟନେସ ପରୀକ୍ଷା ଦେବାକୁ ପଡିବ ।

ଏହାପରେ ଦ୍ଵିତୀୟ ବର୍ଷରେ ପରୀକ୍ଷା ଦେବାକୁ ପଡିବ । କାର ପଞ୍ଜିକରଣ ପାଇଁ ୧୫ ବର୍ଷ ପରେ ଫିଟନେସ ପରୀକ୍ଷା ଆରମ୍ଭ ହେବ । ଏହାପରେ ୫ ବର୍ଷର ରିନୁଆଲ ହେବ । ଫିଟନେସ ପଞ୍ଜିକରଣ ବିନା ଗାଡି ଚଲାଇବା ଏକ ଅପରାଧ ଅଟେ । ଏଥିପାଇଁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ । ଏହାପରେ ଅପରାଧ ପାଇଁ ୧୦ ହଜାର ଟଙ୍କା ସହ ଏକ ବର୍ଷ ପାଇଁ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅନ୍ୟ ପରିବହନ ଅଧୀକାରୀ କହିଛନ୍ତି ।

Also read:ଆଜି ସମସ୍ତ ରାଜ୍ୟର ଏଟିଏସ ଅଧିକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ