ସୁନ୍ଦରଗଡ ପରାଗପୋଷ ଏବଂ କରଡାକୁଦ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ୨.୫୦ କୁଇଣ୍ଟାଲ ମହୁଲପୋଚ ନଷ୍ଟ

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନାର ପରାଗପୋଷ ଏବଂ କରଡାକୁଦର ଅଞ୍ଚଳରେ ଅବକାରୀ ବିଭାଗର ଏକ ଚଢ଼ାଉ। ଏହି  ଚଢ଼ାଉ ସମୟରେ ୨.୫୦ କୁଇଣ୍ଟାଲ ମହୁଲପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ପରାଗପୋସ ଏବଂ କରଡ଼ାକୁଦର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲ ,ନାଳ ପାଖ ଏବଂ ଧାନ ଜମିରେ କୁଇଣ୍ଟାଲ କୁଇଣ୍ଟାଲ ମହୁଲ ପୋଚକୁ ଗାତ ଖୋଳି ପୋତି ଥିବାର ଅବକାରୀ ବିଭାଗର ଇନ୍ସପେକ୍ଟର ଶ୍ରୀକାନ୍ତ ପଟନାଏକ ଏବଂ ତାଙ୍କ ଟିମ ବିଶେଷ ସୂତ୍ରରୁ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସେତେବେଳକୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ମଦ ମାଫିଆ ମାନେ ଚମ୍ପଟ ମାରିଥିଲେ। ଯାହାଫଳରେ ପୋତା ଯାଇଥିବା ଉକ୍ତ ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଥିବାର ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.