ଥାନାରୁ ୨ ଅଭିଯୁକ୍ତ ଫେରାର୍ : ଶୌଚ ବାହାନାରେ ପାଇଖାନା ସ୍କାଏ ଲାଇଟ ଭାଙ୍ଗି ମାରିଲେ ଛୁ ….

ଗୋପ : ଥାନାରୁ ଦୁଇ ଅଭିଯୁକ୍ତ ଫେରାର । ପୁରୀ ଜିଲ୍ଲା ଗୋପ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି । ଦୁଇ ଜଣଙ୍କୁ ଧରିବାକୁ ଯାଇ ନୟାନ୍ତ ହୋଇଛି ଗୋପ ଥାନା ପୋଲିସ ।

ଗୋପ ପୁଲିସର ଦୁଇଟି ଟିମ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ହେଲେ ଗତ ରାତିରୁ ଏପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କର ପତ୍ତା ମିଳିପାରିନାହିଁ । ଦୋକାନରୁ ଚୋରି ଅଭିଯୋଗରେ ଗୋପ ପୋଲିସ ଉଠାଇ ଆଣି ପଚରାଉଚରା କରୁଥିଲା । ତେବେ ଗତକାଲି ସେମାନେ ଗୋପ ଥାନାରୁ ଚମ୍ପଟ ମାରିଛନ୍ତି । ତେବେ ଶୌଚ ହେବା ବାହାନାରେ କେମିତି ପୋଲିସ  ହାତରୁ ଏତେ ସହଜରେ ଅପରାଧୀ ଖସି ଚାଲିଗଲେ ବୋଲି ପ୍ରଶ୍ନ ଉଠୁଛି ।

 

ଆହୁରି ପଢ଼ନ୍ତୁ :  ମହିଳାଙ୍କ ଠାରୁ ଗାରର୍ମେଣ୍ଟ ଦେବାନାରେ ଲକ୍ଷାଧିକ ଟଙ୍କା ଠକେଇ, ୩ ଗିରଫ