ଚାଷୀ ମୁଣ୍ଡରେ ଚଡକ: ଜଳିଗଲା ଦୁଇ ଏକର ଜମିର ଧାନ ଗଦା

ହରଭଙ୍ଗା: ଚାଷୀ ମୁଣ୍ଡରେ ଚଡକ । ହୁତୁହୁତୁ ହୋଇ ପୋଡି ପାଉଁଶ ହୋଇଗଲା ଧାନ ଫସଲ । ପ୍ରାୟ ୪୦ ହଜାର ଟଙ୍କାର ପୋଡିଗଲା ଧାନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୋଇଲିସୁତା ଗାଁରେ ଏହ ଅଘଟଣ ଘଟିଛି ।
ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୁତା ଗାଁର କମ୍ଭୁ ମହାକୁଡ଼ ନିଜ କ୍ଷେତରେ ଦୁଇ ଏକରର ଧାନ ଫସଲ କାଟି ଗଦା କରିଥିଲେ l କୌଣସି କାରଣ ବଶତଃ କ୍ଷେତରେ ନିଆଁ ଲାଗି ଧାନ ଗଦାରେ ଲାଗିଥିଲା । ଫଳରେ ହୁତୁ ହୁତୁ ହୋଇ ପୋଡି ପାଉଁଶ ହୋଇଯାଇଥିଲା ଧାନ । ଧୂଆଁ ବାହାରିବାରୁ ଗାଁର କିଛି ଲୋକ ଦେଖି ଅଗ୍ନିଶମକୁ ଖବର ଦେଇଥିଲେ । ଅ ଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା, ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।