ଆଜିଠୁ +୨ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ

plus-two-admissionଭୁବନେଶ୍ବର: +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ୫ ତାରିଖ ଯାଏଁ ନାମଲେଖା ଚାଲିବ। ଏଥିପାଇଁ ଗତ ଶୁକ୍ରବାର ଦିନ ପ୍ରଥମ କଟ ଅଫ୍ ମାର୍କ ପ୍ରକାଶ ପାଇଥିଲା। ବିଜ୍ଞାନରେ ୮୮.୮୩ ପ୍ରତିଶତ ସହ ରେଭେନ୍ସା ଜୁନିଅର କଲେଜ ତାଲିକାର ଶୀର୍ଷରେ ରହିଛି। ବାଣିଜ୍ୟରେ ତାଲିକାର ଶୀର୍ଷରେ ରହିଛି ବିଜେବି ଜୁନିଅର କଲେଜ। ସେହିପରି ଯୁକ୍ତ ଦୁଇ କଳା ତାଲିକାରେ ଘଷିପୁରାର ପତିତପାବନ କଲେଜ ତାଲିକାର ସର୍ବାଗ୍ରେ ରହିଛି। ଆସନ୍ତା ୧୦ ତାରିଖରେ ବାହାରିବ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ। ଜୁଲାଇ ୧୧ ଓ ୧୨ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ହେବ। ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା। ରାଜ୍ୟରେ ୨୦୦୧ଟି ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖାଇବା ପାଇଁ ମୋଟ୍ ୪ ଲକ୍ଷ ୯ ହଜାର ୯୭୪ ଜଣ ଅନଲାଇନରେ ଆବେଦନ କରିଛନ୍ତି। ସେଥିରୁ ୩ ଲକ୍ଷ ୮୨ ହଜାର ୨୯୦ ଜଣଙ୍କ ଆବେଦନ ଫର୍ମ ଗ୍ରହଣ କରାଯାଇଛି।

You might also like