Categories: ରାଜ୍ୟ

ଯାଜପୁର:ରୋଗୀ ବଦଳେ ଶ୍ରମିକ ବୋହୁଥିଲା ଆମ୍ବୁଲାନ୍ସ, ଦୁର୍ଘଟଣା ପରେ ୨ଟି ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

ଯାଜପୁର (କେନ୍ୟୁଜ) : ଏବେ ରୋଗୀ ସେବାରେ ଆମ୍ବୁଲାନ୍ସ ନୁହେଁ, ଶ୍ରମିକଙ୍କୁ ଭଡାରେ ନେଇ ଯାଉଛି ଆମ୍ବୁଲାନ୍ସ । ଏଭଳି ପୃଥକ ଘଟଣାରେ ୨ଟି ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ । କଟକରୁ ଏକ ଆମ୍ବୁଲାନ୍ସ ୧୬ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଂଚଳକୁ ଯିବା ସମୟରେ ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରଥିଆ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।

ଆହତମାନଙ୍କୁ ଆମ୍ବୁଲାନ୍ସ ଧର୍ମଶାଳା ମେଡିକାଲରେ ଭର୍ତି କରିବା ପରେ ଘଟଣା ସାମନାକୁ ଆସିଥିଲା । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ କଟକ ସ୍ଥାନାନ୍ତର ହୋଇଥିବା ବେଳେ ୧୨ଜଣ ଶ୍ରମିକଙ୍କୁ ଜାରକା ସ୍କୁଲରେ ଥିବା ଆଶ୍ରୟ କେନ୍ଦ୍ରରେ ରଖାଯାଇଛି । ଏହି ଶ୍ରମିକମାନଙ୍କୁ ୪୩ହଜାର ଟଙ୍କାରେ ଭଡା ସୂତ୍ରରେ ନେଇ ଛାଡିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଚୁକ୍ତି କରିଥିଲେ । ସେହିପରି ଅନ୍ୟଏକ ଘଟଣାରେ ଆଉ ଏକ ପୋଲିସ ଯାଂଚ ସମୟରେ ଧରାପଡିଛି । ଏହି ଆମ୍ବୁଲାନ୍ସ ୪ଜଣ ଲୋକଙ୍କୁ ନେଇ ଭଦ୍ରକରୁ ଫେରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ।

ଉଭୟ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରାଯିବା ସହ ଜାତୀୟ ରାଜପଥରେ କଡାକଡି ଯାଂଚ ଜାରି ରହିଥିବା କହିଛନ୍ତି ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ। ତେବେ ଲକ ଡାଉନ ସମୟରେ କିଛି ଆମ୍ବୁଲାନ୍ସ ଡ୍ରାଇଭର ଭଡା ଅଧିକା ପାଇବା ଆଶାରେ ଏଭଳି କାଣ୍ଡ ଭିଆଉଥିବା ସାମନାକୁ ଆସିଛି ।

Sasmita

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

23 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

25 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

29 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

34 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

37 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

49 mins ago