ଅଗ୍ନୀବୀରରେ ଚାକିରି କରେଇ ଦେବା ନାଁରେ ଠକେଇ, ୫ ଗିରଫ

ଅଗ୍ନୀବୀରରେ ଚାକିରି କରେଇ ଦେବା ନାଁରେ ଠକେଇ, ୨ ଗିରଫ। ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ। ଏହି ଘଟଣାରେ ନାଭି ଅଧିକାରୀ ମାନେ ସମ୍ପୃକ୍ତି ଥିବା ନେଇ ବଡ଼ ଖୁଲାସା। ଏଥିରେ INS ଚିଲିକାର ଜଣେ କାର୍ଯ୍ୟରତ ଅଧିକାରୀ ଏବଂ UPରୁ ଆଉ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଛି। ଆଉ ଜଣକୁ ଗିରଫ କରିବାକୁ ଅଣ୍ଡାମାନ ନିକୋବର ଯିବ ଖୋର୍ଦ୍ଧା ପୋଲିସ।

ଅଗ୍ନିବୀର ସ୍କିମରେ ବଡ଼ଧରଣର ଠକେଇର ପର୍ଦ୍ଦାଫାସ । ଅଗ୍ନିବୀର ପରୀକ୍ଷାରେ ପାସ କରାଇ ଦେବା ପାଇଁ ଆଶାୟୀଙ୍କ ଠାରୁ ଟଙ୍କା ନେଇ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତିନିଜଣ ନାଭାଲ କର୍ମଚାରୀ ରହିଛନ୍ତି। ଖୋର୍ଦ୍ଧା ପୋଲିସ ସେମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି।

ତଦନ୍ତ ପ୍ରକ୍ରିୟା ସରିଲେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ସାଗରିକା ନାଥ। ଏମାନଙ୍କ ମଧ୍ୟରୁ ୨ ଜଣ ଆଣ୍ଡାମାନ ନିକୋବର ଆଇଏନ୍ଏସ୍ କେଶରୀରେ କାର୍ଯ୍ୟରତ ଅଛନ୍ତି। ଅଗ୍ନିବୀର ପରୀକ୍ଷାରେ ତ୍ରୁଟି ଏବଂ ଦୁର୍ନୀତି ନେଇ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଗତ ୧୯ ତାରିଖ ଦିନ ଏନେଇ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଗ୍ନିବୀର ପରୀକ୍ଷା ସଂପର୍କିତ ଦୁର୍ନୀତି ହୋଇଛି ବୋଲି ଜଣାପଡ଼ିଥିଲା। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୨୦୨୪ରେ ପରୀକ୍ଷା ଦେଇଥିଲେ। ପିଲାମାନଙ୍କୁ ପାସ୍ କରାଇଦେବା ତଥା ଅନ୍ୟ କାର୍ଯ୍ୟ ପାଇଁ ଅଭିଯୁକ୍ତମାନେ ମୋଟା ଅଙ୍କର ପରୀକ୍ଷା ନେଇଥିଲେ।