ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକେଇ, ୨ ଯୁବକ ଗିରଫ

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁରେ ଠକେଇ କରୁଥିବା ୨ଯୁବକ ଗିରଫ । ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ ଟଙ୍କା ନେଉଥିଲା ଅଭିଯୁକ୍ତ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ସେ ଚାକିରି ଦେବାକୁ ଠକେଇ କରୁଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ପାଟଣାଗଡ଼ ଥାନା ପୋଲିସ । ଗିରଫ ଅଭିଯୁକ୍ତ ପାଟଣାଗଡ଼ ଥାନା ବିଲେଇସାଥି ଗାଁର ବୁଦ୍ଧଦେବ ସାହୁ ଓ ସାଲେପାଲି ଗାଁର ସୁଶୀଲ କୁମାର ରାଓ । ଚାକିରି କରାଇଦେବାକୁ ଏମାନେ ତିନିଜଣଙ୍କ ଠାରୁ ୨ଲକ୍ଷ ୧୦ ହଜାର ଟଙ୍କା ଠକିଥିବା ଜଣାପଡ଼ିଥିଲା । ଏନେଇ ପୋଲିସ ନିଜଆଡୁ ପାଟଣାଗଡ଼ ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରିଥିଲା । ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପାଟଣାଗଡ଼ ଏସଡିପିଓ।

You might also like