ସୁଭଦ୍ରା ଯୋଜନା ହିତାଧିକାରୀ ଚିହ୍ନଟ ବେଳେ ଠକେଇ, ୨ ଗିରଫ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଚିହ୍ନଟ ଚାଲୁଥିବା ବେଳେ ସାମ୍ନାକୁ ଆସିଲା ଠକେଇ । ଦୁଇଟି ଠକେଇ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି  । ସେମାନେ ହେଲେ ସସ୍ମିତା ଜେନା ଓ ତାଙ୍କ ସ୍ୱାମୀ ରଞ୍ଜିତ ଜେନା । ଦୁହିଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ର ଶେଖରପୁର ଥାନା ପୋଲିସ ।

ଗୋଟିଏ ଫର୍ମ ଦେବାକୁ ଏମାନେ ୨ ଶହ ଟଙ୍କା ନେଉଥିଲେ । ଏନେଇ ଲୋକେ ଭୁବନେଶ୍ୱର ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜନସେବା କେନ୍ଦ୍ରରେ ବସି ସ୍ୱାମୀ-ସ୍ତ୍ରୀ ଲୋକଙ୍କୁ ଠକେଇ କରୁଥିବା ଖବର ସାମ୍ନାକୁ ଆସିଥିଲା । ଠିକ ସେହିଭଳି ଖାରବେଳନଗର ଥାନା ପୋଲିସ ସମାନ ଘଟଣାକ୍ରମରେ ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ରତିକାନ୍ତ ସାହୁ ସୁଭଦ୍ରା ଫର୍ମ ପାଇଁ ଲୋକଙ୍କ ଠାରୁ ଟଙ୍କା ଦାବି କରି ପୋଲିସ ହାତରେ ଧରାପଡିଥିଲେ । ସେପଟେ ଏଭଳି ଠକେଇର ସାମ୍ନା କରୁଥିବା ଲୋକେ କମିଶନରେଟ ପୋଲିସର ନମ୍ବର 7077798111 ରେ ଯୋଗାଯୋଗ କରି ନିଜ ଅଭିଯୋଗ ଜଣାଇପାରିବେ ବୋଲି କହିଛନ୍ତି ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like