ବଲାଙ୍ଗିର କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ । ପ୍ରେମ ସଂପର୍କରୁ ହତ୍ୟାକାଣ୍ଡ । ଗତକାଲି ନିଖିଲନଗରରେ ଘରେ ଏକୁଟିଆ ଥିବା ବେଳେ ଶେଷାଦ୍ରୀ ନାଗଙ୍କୁ ଗଳାକାଟି ହତ୍ୟା କରିଥିଲା ଦୁର୍ବୃତ୍ତ । ଏହି ମାମଲାର ତଦନ୍ତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ ।

ବଲାଙ୍ଗିର : ବଲାଙ୍ଗିର କଲେଜ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ । ପ୍ରେମ ସଂପର୍କରୁ ହତ୍ୟାକାଣ୍ଡ । ଗତକାଲି ନିଖିଲନଗରରେ ଘରେ ଏକୁଟିଆ ଥିବା ବେଳେ ଶେଷାଦ୍ରୀ ନାଗଙ୍କୁ ଗଳାକାଟି ହତ୍ୟା କରିଥିଲା ଦୁର୍ବୃତ୍ତ । ଏହି ମାମଲାର ତଦନ୍ତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ ।

ଆଜି ମୁଖ୍ୟ ଅଭିଯୁକ୍ତ ମିଲନ ରଣାଙ୍କୁ ନେଇ କ୍ରାଇମସିନ୍‌ ରିକ୍ରିଏଟ କରିଛି ପୋଲିସ । ଶେଷାଦ୍ରୀଙ୍କୁ ହତ୍ୟା କରିବା ପରେ ରକ୍ତଭିଜା ସାର୍ଟ ଓ ମାରଣାସ୍ତ୍ରକୁ ନେଇ ଘର ପଛପଟେ ଫିଙ୍ଗି ଫେରାର ହୋଇଥିଲା ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ମିଲନ ରାଣା କେମିତି ହତ୍ୟା କଲା ତାକୁ ପୋଲିସ ଡେମୋ ଦେଖାଇଛି । .