ଲୁଟ ପାଇଁ ବୃଦ୍ଧାଙ୍କୁ ହତ୍ୟା ମାମଲା, ୨ ଅଭିଯୁକ୍ତ ଗିରଫ

ଯାଜପୁର : ଲୁଟ ପାଇଁ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ୨ଜଣ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ ଖଡ଼ଗପୁର ଅଞ୍ଚଳର ବିକାଶ ଦାସ ଓ ମଙ୍ଗୁଳି ଦାସ । ଆଜି ପୋଲିସ ପକ୍ଷରୁ କ୍ରାଇମସିନ ରିକ୍ରିଏସନ କରାଯିବା ପରେ ଅଭିଯୁକ୍ତ ଦ୍ବୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ତିଗିରିଆ ଗ୍ରାମର କୌଶଲ୍ୟା ପତିଙ୍କ ଘରେ ଲୁଟ ପାଇଁ ଦୃର୍ବୁତ୍ତମାନେ ଘରେ ପଶିଥିବା ବେଳେ କୌଶଲ୍ୟା ଓ ତାଙ୍କ ଝିଅ ଦୃର୍ବୁତ୍ତଙ୍କୁ ଚିହ୍ନି ପାରି ଥିବାରୁ ଦୃର୍ବୁତ୍ତମାନେ ଆକ୍ରମଣ କରିଥିଲେ । ଯାହା ଫଳରେ ବୃଦ୍ଧା କୌଶଲ୍ୟା ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଆହତ ହୋଇଥିଲେ ।

ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ । ମାମଲାରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ବାଲିଚନ୍ଦ୍ରପୁର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ୍ କରିଥିଲା । କିଭଳି ଭାବେ ସେମାନେ ଲୁଟ କରିବା ପାଇଁ ଘରେ ପଶିଥିଲେ ଓ ବୃଦ୍ଧ ମହିଳାଙ୍କୁ ହତ୍ୟା କରିଥିଲେ ଏ ସମସ୍ତ ଘଟଣା ଅଭିଯୁକ୍ତମାନେ ପୋଲିସକୁ ଦେଖାଇଥିଲେ ।  ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଚନ୍ଦ୍ରପୁର ଥାନା ପୋଲିସ ।