ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ପୁରୀ : ପଶ୍ଚିମ ଦ୍ବାରରେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା । ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସିଂହଦ୍ଵାର ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁମନ ସାମନ୍ତରା ଓ ଅମ୍ରିତାଂଶୁ ସାମନ୍ତରା । ଶ୍ରୀମନ୍ଦିର ଭିତରେ ବେଆଇନ୍ ଭାବେ ରାବିଡି ବିକ୍ରି କରୁଥିଲେ । ଏହାକୁ ତାଗିଦ କରିବାରୁ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏବେବି ଆକ୍ରମଣ କରିଥିବା ଅନ୍ୟ  ଦୁର୍ବୁତ୍ତ ଜଣକ ଫେରାର ଅଛି ।  ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।