୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ: ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ

ଆଜି ପୋଲିସ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ପୋତା ଯାଇଥିବା ଜାଗାରୁ ମାଟି ଖୋଳି କଙ୍କାଳ ବାହାର କରିଥିଲା । ହାଡ଼ ଓ କଙ୍କାଳ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଢେଙ୍କାନାଳ(କେନ୍ୟୁଜ୍): ୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ । ଅନ୍ୟ ଜଣେ ଫେରାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁରେ ଏହି ଘଟଣା ଘଟିଛି । ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ବର୍ଷ ସେପ୍ଟେମ୍ବରରେ ସନାତନ ବେହେରାଙ୍କ ମୃତ୍ୟୁ ଘଟିଥିଲା ।

ଏହାପରେ ଶିକାରୀମାନେ ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲେ । ଏପଟେ ପରିବାର ଲୋକେ ନିଖୋଜ ତାଙ୍କ ସ୍ୱାମୀ ନିଖୋଜ ସଂପର୍କରେ ଥାନାରେ ଏତଲା ଦେଇଥିଲେ । ତେବେ କିଛି ଦିନ ପୂର୍ବରୁ ଶିକାରୀମାନେ ସନାତନଙ୍କୁ ମୃତଦେହକୁ ପୋତି ଦେଇଥିବା ଜାଣିବାକୁ ପାଇବା ପରେ ରୀନା ପୁଣି ଥାନାରେ ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ ହେବା ପରେ ୭ ମାସ ପରେ ତଦନ୍ତ ଚଳାଇଥିଲା ପୋଲିସ ।

ଆଜି ପୋଲିସ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ପୋତା ଯାଇଥିବା ଜାଗାରୁ ମାଟି ଖୋଳି କଙ୍କାଳ ବାହାର କରିଥିଲା । ହାଡ଼ ଓ କଙ୍କାଳ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ । ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ମୃତକଙ୍କ ପତ୍ନୀ ଓ ପୁଅ ଦାବି କରିଛନ୍ତି । ଅଧିକ ତଦନ୍ତ ଜାରି ରହିଥିବା କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.