ଥମୁନି ବାଘଛାଲ କାରବାର ର‍୍ୟାକେଟ: STF ପଞ୍ଝାରେ ୨ ଚୋରା ଚାଲାଣକାରୀ

ବାରିପଦା(କେନ୍ଯୁଜ୍): ରାଜ୍ୟରେ ଥମୁନି ବାଘଛାଲ କାରବାର ର‍୍ୟାକେଟ। STF ପଞ୍ଝାରେ ପୁଣି ବାଘ ଛାଲ ଚୋରା ଚାଲାଣକାରୀ। ୨ଟି ବାଘ ଛାଲ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଏସ୍‌ସିବି ଜୁନିଅର କଲେଜ ନିକଟରେ ଡିଲ୍‌ ବେଳେ ମାଡ଼ିବସିଲା STF। ବେତନଟୀ ବନବିଭାଗ ସହାୟତାରେ ୨ ଜଣଙ୍କୁ ଗିରଫ କରିଛି STF । ବାଘ ଛାଲ ୨ଟିକୁ ପରୀକ୍ଷା ପାଇଁ ଡେରାଡୁନ୍‌ ପଠାଯାଇଛି।