ବାସୁଦେବପୁର ଇରମ ନୂଆଗାଁରୁ ଦେଶୀ ମଦ ଜବତ, ଦୁଇ ଯୁବକ ଗିରଫ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଇରମ ନୂଆ ଗାଁଠାରୁ ୧୩୫ ଲିଟର ଜିଞ୍ଜର ଏବଂ ୨୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।  ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ଜବତ କରିଛି ଅବକାରୀ ପୋଲିସ।

ତେବେ ଦୁଇ ଜଣ ଯୁବକ ବେଆଇନ ଭାବେ ଇରମ ଅଂଚଳରେ ମଦ କାରବାର କରୁଥିବା ଖବର ପାଇ ବାସୁଦେବପୁର ଅବକାରୀ ପୋଲିସ ଟିମ ସେଠାରେ ପହଞ୍ଚି ଯୁବକ ଦୁଇ ଜଣଙ୍କୁ କାବୁ କରିଥିଲେ। ତେବେ ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.